ସରୁନି ଯନ୍ତ୍ରୀଙ୍କ ପିଲାଟି ଗଣା। ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗତ ୩ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିବା ପରେ ଗିରଫ ହୋଇଥିଲେ। ହେଲେ ଆଜି ଯାଏଁ କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ସରୁନି। ତନାଘନାରେ ବାହାରୁଛି ପ୍ଲଟ ପରେ ପ୍ଲଟ। ଯାଞ୍ଚ ବେଳେ କୋଲକାତା ଓ ମେଦିନୀପୁରରେ ଆଉ ୨୦ଟି ପ୍ଲଟ ଠାବ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ଏସପି। ପୂର୍ବରୁ ୮୫ ପ୍ଲଟ୍‌ ଠାବ ହୋଇଥିଲା ବେଳେ ଏଯାବତ୍ ମିଳିଲାଣି ୧୦୫ ପ୍ଲଟ୍। ଏବେ ବି ତନାଘନା ଜାରି ରଖିଛି ଭିଜିଲାନ୍ସ ବିଭାଗ।

Leave a Reply

Your email address will not be published. Required fields are marked *