ସୁଭଦ୍ରା ଯୋଜନା ଆବେଦନ ନେଇ ଅନେକ ସ୍ଥାନରେ ଅନିୟମିତତା ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ବୋଲି ସରକାର କହୁଥିବା ବେଳେ କେତେକ ଜନସେବା ଓ ମୋ ସେବା କେନ୍ଦ୍ର କର୍ମଚାରୀ ଅର୍ଥ ଦାବି କରୁଛନ୍ତି। ଏଭଳି ଏକ ଘଟଣାରେ ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସୁଭଦ୍ରା ଯୋଜନାରେ ଫର୍ମ ଆଣିବା କିମ୍ବା ଆବେଦନ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଥିବା ବେଳେ ନିଳାଦ୍ରିବିହାର ଓ ସତ୍ୟନଗରସ୍ଥିତ ଜନସେବା କେନ୍ଦ୍ରର କର୍ମଚାରୀ ଅର୍ଥ ମାଗିଥିଲେ।

Leave a Reply

Your email address will not be published. Required fields are marked *