ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ୨ ଜଣଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ହତ୍ୟା କଲେ ମାଓବାଦୀ। ଦୁଇ ମୃତକ ଛୁଟବାଇ ଗାଁର ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ମଙ୍ଗଲୁ କୁରସମ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ହତ୍ୟା କରାଯାଇଥିବା ଜଣାପଡିଛି ।

ଓଡ଼ିଶା ଛତିଶଗଡ଼ ସୀମାରେ ମାଓବାଦୀ ଦମନ ଅଭିଯାନକୁ ଜୋରଦାର କରାଯିବା ପରେ ଲାଲବାହିନୀ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି। ମାଓବାଦୀ ସଂଗଠନର ଶତାଧିକ ସଦସ୍ୟ ସଂଗଠନ ଛାଡ଼ି ଆତ୍ମସମର୍ପଣ କରୁଛନ୍ତି। ଯାହାଫଳରେ ମାଓବାଦୀମାନେ ହିଂସ୍ର ହୋଇ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *