ଅଙ୍ଗନବାଡି ଛତୁଆ ଖାଇ ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଗଜପତି ଆର୍.ଉଦୟଗିରି ବ୍ଲକ ରାମଗିରି ଗାଁରେ ଗତକାଲି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି ଯେ ଦୁଇ ମୃତ ଭଉଣୀ ଛତୁଆ ଖାଇନଥିଲେ ବରଂ ଅଟା ଓ ବେସନ ମିକ୍ସ ଖାଇଥିଲେ । ତେବେ ଅଙ୍ଗନବାଡିରୁ ମିଳିଥିବା ଛତୁଆ ଖାଇବା ଯୋଗୁଁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ୩ ବର୍ଷ ଓ ୬ ବର୍ଷର ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଆଉ ଦୁଇ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । Post navigation ବଢ଼ିବନି ବିଦ୍ୟୁତ ଦର; ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର