ଆଜି ଘୋଷଣା ହେବ +୨ ପରୀକ୍ଷା ତାରିଖ । କେଉଁ ଦିନ କେଉଁ ପରୀକ୍ଷା ହେବ ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ। ଆସନ୍ତା ୨୨ ତାରିଖରୁ ୩୧ ତାରିଖ ସୁଦ୍ଧା ସରିବ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା କରାଯିବ। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଫେବୃଆରୀ ୧୫ ରୁ ୨୫ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଚାରୋଟି ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର । ତେବେ ସିଏଚଏସଇ ପୂର୍ବରୁ ନଭେମ୍ବର ୨୯ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା। Post navigation Demand For A Medical College: ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପାଇଁ ପାର୍ଲିମେଣ୍ଟରେ ଦାବି