ପ୍ରବାସୀ ଭାରତୀୟ ଦିବସକୁ ନେଇ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ସବୁଠି ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ ।
ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କଟକ-ଭୁବନେଶ୍ୱର-ପୁରୀ ମଧ୍ୟରେ ଚାଲିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ ।
ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଛି । ପରବର୍ତ୍ତୀ ସମୟରେ ଆଉ ୩ଟି ଡବଲ ଡେକର୍ ବସ୍ ଓଡିଶା ଆସିବ ।
ଗେରୁଆ ରଙ୍ଗରେ ତିଆରି ହୋଇଥିବା ଏହି ବସ୍ରେ ଓଡ଼ିଶାର କଳା ଓ ସଂସ୍କୃତି ଯଥା କୋଣାର୍କ ଚକ, ଧଉଳି ଶାନ୍ତିସ୍ତୁପ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ କଳାକୃତି ସ୍ଥାନ ପାଇଛି ।