ଅକ୍ଟୋବର ଆସିଲେ ଓଡ଼ିଶାକୁ ମାଡ଼ି ଆସେ ବାତ୍ୟା ଭୟ । କାରଣ ଅକ୍ଟୋବର ମାସରେ ୧୯୯୯ ମହାବାତ୍ୟାରୁ ଆଜି ଯାଏଁ ଏକାଧିକ ପ୍ରଳୟଙ୍କରୀ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି । ବଙ୍ଗୋପସାଗରରେ ଏହି ଅକ୍ଟୋବରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା ଥିବା ଆମେରିକାର GFS ମଡେଲ ପକ୍ଷରୁ ଆକଳନ କରାଯାଇଛି । ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ଥିବାବେଳେ ଆଉ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ସମ୍ଭାବନା ରହିଛି । ଏହି ଦୁଇଟି ବାତ୍ୟା ୧୯୯୯ ମହାବାତ୍ୟା ପରି ଶକ୍ତିଶାଳୀ ହେଉଥିବା ଆକଳନ କରାଯାଉଛି । ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଛି । ଓଡ଼ିଶା ପାଇଁ କୌଣସି ପ୍ରକାର ସତର୍କ ସୂଚନା ପାଣିପାଗ ବିଭାଗ ଜାରି କରିନାହିଁ । ତେବେ ୨୧ ତାରିଖ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ନେଇ ଆକଳନ କରିହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରସୂଚନା ଦେଇଛନ୍ତି । Post navigation Durgapur Gang Rape Case: ଦୁର୍ଗାପୁର ହସ୍ପିଟାଲ୍ରୁ ଡିସଚାର୍ଜ ହେଲେ ମେଡିକାଲ୍ ଛାତ୍ରୀ