ଫାୟାରିଂ ଅଭ୍ୟାସ ବେଳେ ମହାରାଷ୍ଟ୍ରର ନାସିକ ଆର୍ଟିଲରି ସେଣ୍ଟରରେ ବିସ୍ଫୋରଣ । ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀର ମୃତ । ପ୍ରଶିକ୍ଷଣ ପାଇଁ ହାଇଦ୍ରାବାଦରୁ ନାସିକ ଯାଇଥିଲେ ମୃତ ଅଗ୍ନିବୀର  । ତେବେ ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଅଗ୍ନିବୀରଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ଗୋହିଲ ସିଂହ ଓ ସାଇଫାତତ ଶିଟ । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରର ନାଶିକର ଆର୍ଟିଲେରୀ ସେଣ୍ଟରରେ କିପରି ଗୁଳିଚାଳନା କରିବେ ସେନେଇ ତାମିଲ ଦିଆଯାଉଥିଲା। ଅଗ୍ନିବୀରମାନେ ଇଣ୍ଡିଆନ ଫିଲ୍ଡ ବନ୍ଧୁକରୁ ଅଭ୍ୟାସ କରୁଥିଲେ। ଏହି ସମୟରେ ବନ୍ଧୁକର ଏକ ସେଲ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଗୋହିଲ ବିଶ୍ୱରାଜ ସିଂହ ଏବଂ ସୈଫତ ଶିତ ଆହତ ହୋଇଥିଲେ। ପରେ ସେମାନଙ୍କୁ ଦେବଲାଲିର ଏମଏଚ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ମୃତ ଘୋଷଣା କରାଯାଇଥିଲା।

 

Leave a Reply

Your email address will not be published. Required fields are marked *