ସମ୍ବଲପୂର ଜିଲ୍ଲାର ବିଜଦ ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ । ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜଦ ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇ ଥର ଜିତିଥିଲେ। ଗତ ନିର୍ବାଚନରେ ଏଠାରେ ରୋହିତଙ୍କୁ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜଦ ପ୍ରାର୍ଥୀ କରିଥିଲା । ତେବେ ପ୍ରସନ୍ନଙ୍କ ହାତ ଛାଡ଼ିଛନ୍ତି ଏହି ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ । ଯେଉଁମାନଙ୍କର କି ପ୍ରସନ୍ନଙ୍କ ବିଜୟ ପଛରେ ପ୍ରମୁଖ ଭୂମିକା ଥିଲା ।

କେନ୍ଦ୍ରମନ୍ତ୍ରୀ ତ‌ଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଏହି ସରପଞ୍ଚ ଓ ନାଏବ ସରପଞ୍ଚମାନେ ଗୁରୁବାର ବିଧିବଦ୍ଧ ଭାବେ ଭାଜପାରେ ସାମିଲ୍ ହୋଇଛନ୍ତି। ମିଶ୍ରଣ ପର୍ବ ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ବ ଓ ରାଜ୍ୟରେ ଭାଜପା ସରକାରର କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଦଳରେ ଏହି ସରପଞ୍ଚ ଓ ନାଏବ ସରପଞ୍ଚ ଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏ ଯୋଗଦାନ ତୃଣମୂଳ ସ୍ତରରେ ଆମର ସଂଗଠନକୁ ଅଧିକ ମଜଭୁତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *