ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଜିଲ୍ଲାର କେଶକୁତୁଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି।  ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୧୮ ମାଓବାଦୀ।ଘଟଣାସ୍ଥଳରୁ SLR, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି।

ବିଜାପୁର-ଦାନ୍ତେୱାଡା ଜିଲ୍ଲା ସୀମାନ୍ତ ଜଙ୍ଗଲରେ ସୁରକ୍ଷା ବାହିନୀ ଦ୍ୱାରା ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲେ। ଡିଷ୍ଟ୍ରିକ୍‌ଟ ରିଜର୍ଭ ବାଟାଲିୟନ୍, ସ୍ପେଶାଲ୍ ଟାସ୍କ ଫୋର୍ସ, ରାଜ୍ୟ ପୋଲିସର ଦୁଇଟି ୟୁନିଟ୍ ଓ କୋବ୍ରା ବାହିନୀଙ୍କୁ ନେଇ ମିଳିତ ଅପରେସନ୍ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ମାଓବାଦୀ ନିପାତ ହୋଇଥିଲେ । ଗତକାଲି ୧୨ ମାଓବାଦୀଙ୍କ ମୃତ ଦେହ ମିଳିଥିବାବେଳେ ଆଜି ଆଉ ୬ଟି ମୃତ ଦେହ ଠାବ କରାଯାଇଛି ।

ସୁରକ୍ଷା ବାହିନୀ ଦ୍ୱାରା ନିଷ୍କ୍ରିୟ ହୋଇଥିବା ୧୮ ଜଣ ନକ୍ସଲଙ୍କ ମଧ୍ୟରୁ ଜଣେ ମୋଦିୟମ ଭେଲା ବୋଲି ଚିହ୍ନଟ କରାଯାଇଛି, ଯିଏ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA)ର କମ୍ପାନୀ ନମ୍ବର ୨ର ଜଣେ ସକ୍ରିୟ କମାଣ୍ଡର ଥିଲେ। ପୋଲିସ ମହାନିରୀକ୍ଷକ (ବସ୍ତର ରେଞ୍ଜ) ସୁନ୍ଦରରାଜ ପଟ୍ଟିଲିଙ୍ଗମଙ୍କ ଅନୁଯାୟୀ, ଭେଲା ବହୁ ଆକ୍ରମଣରେ ଜଡିତ ଥିଲେ, ଯେଉଁଥିରେ ସୁକମାରେ ୨୦୨୦ ମିନପା ଆମ୍ବୁସ୍ ମଧ୍ୟ ସାମିଲ ଥିଲା, ଯେଉଁଥିରେ ୧୭ ଜଣ ସୁରକ୍ଷା କର୍ମୀଙ୍କ ଜୀବନ ଯାଇଥିଲା।ଭେଲାଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଅନ୍ୟପଟେ ଦୁର୍ଭାଗ୍ୟବଶତଃ, ସୁରକ୍ଷା ବାହିନୀ ଏହି ଏନକାଉଣ୍ଟରରେ ତିନି ଜଣ ଜିଲ୍ଲା ରିଜର୍ଭ ଗାର୍ଡ (DRG) କର୍ମଚାରୀଙ୍କୁ ମଧ୍ୟ ହରାଇଥିଲେ।

ସେପଟେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ସହିଦ ଡିଆରଜି ହେଡ୍ କନଷ୍ଟେବଳ ମୋନୁ ବଡାଡି, କନେଷ୍ଟବଳ ଦୁକାରୁ ଗୋଣ୍ଡେ ଏବଂ ରମେଶ ସୋଡ଼ି । ବସ୍ତର ଆଇଜି ପି.ସୁନ୍ଦରରାଜ, ବସ୍ତର ଡିଆଇଜି, ସିଆରଫିଏଫ୍ ଡିଆଇଜି, ସ୍ଥାନୀୟ ବିଧାୟକ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *