ଦକ୍ଷିଣ କୋରିଆରେ ୧୮୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ ସମୟରେ ବିମାନଟି ରନୱେରୁ ଖସି ପଡ଼ିବାରୁ ଏହି ବଡ଼ଧରଣର ଦୁର୍ଘଟଣା ଘଟିଥିବା ସୂଚନା। ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଅବତରଣ ସମୟରେ ବିମାନଟି ହଠାତ୍ ରନୱେରେ ଖସି କାନ୍ଥରେ ଧକ୍କା ଦେଇଥିଲା। ଯାହା ଫଳରେ ବିମାନରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ଯୋଗୁଁ ୧୭୯ ଜଣଙ୍କର ମୃତ୍ୟୁ ଘଟିଥିବା ବଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପରେ ବିମାନବନ୍ଦରରେ ଜରୁରୀକାଳୀନ ସେବା ଆରମ୍ଭ ହୋଇଥିଲା। ଦୁର୍ଘଟଣାସ୍ଥଳରେ ୩୨ଟି ଦମକଳ ଗାଡ଼ି ଓ ବହୁ ସଂଖ୍ୟକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନୁଯାୟୀ ଅନୁସାରେ; ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଥିଲେ। ଜେଜୁ ଏୟାରର ବିମାନଟି ଥାଇଲାଣ୍ଡରୁ ଫେରୁଥିଲା ଏବଂ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି । Post navigation ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋର୍ଦ୍ଧା ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ