ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ ।ବାତ୍ୟା ଦାନା ପାଇଁ ବ୍ୟାପକ ଟ୍ରେନ ବାତିଲ ଘୋଷଣା । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୮୫ ଟି ଅପର ଟ୍ରେନ ଏବଂ ୯୩ଟି ଡାଉନ ଟ୍ରେନ ବାତିଲ ନେଇ ରେଲୱେର ସୂଚନା । ପୂର୍ବ ତଟ ରେଳବାଇ ସୂଚନା ଅନୁଯାୟୀ, ଅକ୍ଟୋବର ୨୩ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ କିଛି ଟ୍ରେନ୍ ତିନି ଦିନ ପାଇଁ ବାତିଲ କରାଯାଇଛି।

ଦକ୍ଷିଣ ଆଡ଼କୁ ଯାଉଥିବା ୮୫ଟି ଟ୍ରେନ୍‌ ବାତିଲ କରାଯାଇଛି। ପୂର୍ବ ଆଡ଼କୁ ଯାଉଥିବା ୯୩ଟି ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି। ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ ମଧ୍ୟରେ ହାଓଡା-ସିକନ୍ଦରାବାଦ୍‌, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ବର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ୍‌ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *