ଆଜି ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ୧୭୫୦ ଅଭିଯୋଗ ପଞ୍ଜୀକରଣ ହୋଇଛି । ଟେଲିଫୋନ ମାଧ୍ୟମରେ ବି ସମସ୍ୟାର ସମାଧାନ ହେଉଛି । ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଉଛି ।

ସେ ଆଉ ମଧ୍ୟ କହିଛନ୍ତି ଏହା ସହ ଆଗକୁ ଜିଲ୍ଲାସ୍ତରରେ ବ୍ୟାପକ ଅଭିଯୋଗ ଶୁଣାଣି ହେବ । ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକ ସ୍ତରକୁ ଯାଇ ଅଭିଯୋଗ ଶୁଣିବେ ମନ୍ତ୍ରୀ । ସବୁ ସୋମବାର କେଉଁଠି ନା କେଉଁଠି ମନ୍ତ୍ରୀ ରହି ଅଭିଯୋଗ ଶୁଣିବେ । ୩ ମାସରେ ଥରେ ଆସୁଥିବା ଅଭିଯୋଗ ଓ ସମାଧାନର ସମୀକ୍ଷା ହେବ । ଅଭିଯୋଗ ପରେ ବ୍ଳକ ସ୍ତରର ସମସ୍ୟାକୁ ୭ ଦିନ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କୁ ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

Leave a Reply

Your email address will not be published. Required fields are marked *