ଭାରତରେ ବ୍ୟାନ୍‌ ହେଲା ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ । ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କଲେ ଭାରତ ସରକାର । ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ କରାଯାଇଥିବା ଜଣାପଡିଛି ।

ଏହା ସହ ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ନିଲମ୍ବିତ କରିଛି । ପ୍ରତିଷ୍ଠିତ ଡନ୍ ନ୍ୟୁଜ୍ (Dawn News), ସମା ଟିଭି (Samaa TV), ଆରି ନ୍ୟୁଜ୍ (ARY News), ଜିଓ ନ୍ୟୁଜ୍ (Geo News) ଆଦି ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ମିଥ୍ୟା ଖବର ପ୍ରସାରଣ କରିବା ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ, ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ଅଭିଯୋଗରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *