ରାଜ୍ୟରେ ୧୫ ହଜାରରୁ ଅଧିକ ବନ୍ଦ ରହିଛି ପଞ୍ଜୀକୃତ କରାଯାଇଥିବା ଶିଳ୍ପ । ବିଧାନସଭା ଗୃହରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉତ୍ତର ଦେଇ କହିଛନ୍ତି ଓଡ଼ିଶାରେ ୧୫ ହଜାର ୩୧୫ ପଞ୍ଜୀକୃତ କରାଯାଇଥିବା ଶିଳ୍ପ ବନ୍ଦ ରହିଛି । ଏଥି ମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ଟି, ସୁନ୍ଦରଗଡ଼ରେ ୨୦୨୦ ଓ ଖୋର୍ଦ୍ଧାରେ ୧୫୦୪ ଟି ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବା ରିପୋର୍ଟ ଆସିଛି । ଉଦ୍ୟମ ପୋର୍ଟାଲରେ ୮ ଲକ୍ଷ ୬୦ ହଜାର ୬୪୯ ଅଣୁ ଶିଳ୍ପ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪,୫୦୩ କ୍ଷୁଦ୍ର ଓ ୧୦୮୧ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା । ସେଥିରୁ ବିଭିନ୍ନ କାରଣରୁ ୧୫ ହଜାର ୩୧୫ ଶିଳ୍ପ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *