15 Maoists killed in Jharkhand encounter
ମାଓ ଦମନ ନେଇ ବଡ଼ ଅଭିଯାନ । ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ଆଜି ସୁରକ୍ଷାବାହିନୀଙ୍କ ଦ୍ୱାରା ୧୫ ଜଣ ନକ୍ସଲ ନିହତ ହୋଇଛନ୍ତି ।
 
ନିପାତ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ଅନଲ ଦସ୍ତେ ବୋଲି ଚିହ୍ନଟ କରାଯାଇଛି । ତା ନାଁରେ ୧ କୋଟି ଟଙ୍କାର ଅର୍ଥ ପୁରସ୍କାର ଥିଲା । ଅନ୍ୟ ମୃତ ମାଓବାଦୀଙ୍କ ମୁଣ୍ଡରେ ମଧ୍ୟ ବିପୁଳ ଅର୍ଥ ପୁରସ୍କାର ଥିଲା ବୋଲି ଜଣା ପଡିଛି ।
 
ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ଯାଏ ଜାରି ରହିଛି । ଯାହା ପାଇଁ ସମଗ୍ର ଜଙ୍ଗଲ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି ।
 
ଛୋଟନାଗରା ଥାନା ଅଞ୍ଚଳର କୁମ୍ଭାଡିହ ଗାଁ ନିକଟରେ ନକ୍ସଲମାନେ ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିବା ନେଇ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ପାଇଥିଲେ ।
 

By Nirvay

Leave a Reply

Your email address will not be published. Required fields are marked *