କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍ । ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ୧୩ ଯାତ୍ରୀ ଓ ୨ କ୍ରିଉ ସସଦ୍ୟଙ୍କୁ ନେଇ କୁକୁଟାରୁ ଓଖନା ଯାଉଥିଲା ବିମାନ । କାଟାଟୁମ୍ବୋ ଜଙ୍ଗଲରେ ସାଟେନା ଏୟାରଲାଇନ୍ସର ବିମାନ କ୍ରାସ୍‌ । ଅବତରଣ କରିବାର କିଛି ସମୟ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ଏୟାରଲାଇନ୍ସର ଯାତ୍ରୀ ତାଲିକା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ କାର୍ଲୋସ ସାଲସେଡୋଙ୍କ ସହିତ ସାଂସଦ ଡାୟୋଜେନେସ୍ କ୍ୱିଣ୍ଟେରୋ ଏବଂ ତାଙ୍କ ଦଳର ସଦସ୍ୟମାନେ ବିମାନରେ ଥିଲେ।

କଲମ୍ବିଆର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଓକାନାରେ ଅବତରଣ କରିବାର କିଛି ମିନିଟ୍ ପୂର୍ବରୁ ସକାଳ ୧୧ଟା ୫୪ରେ ବିମାନଟି ନିୟନ୍ତ୍ରଣ ଟାୱାର ସହିତ ଯୋଗାଯୋଗ ହରାଇଥିଲା। ବାୟୁସେନା ସହାୟତାରେ ଏକ ସନ୍ଧାନ ଅଭିଯାନରେ ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା। କିନ୍ତୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ମୃତ ବୋଲି ଅନୁମାନ କରାଯାଇଥିଲା।

ଦୁର୍ଘଟଣାର କାରଣ ପାଗ, ଯାନ୍ତ୍ରିକ ବିଫଳତା କିମ୍ବା ଅନ୍ୟାନ୍ୟ କାରଣ ଥିଲା କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଚାଲିଛି। ଏହି ଘଟଣା କଲମ୍ବିଆର ରାଜନୈତିକ ଏବଂ ସାମାଜିକ ମହଲରେ ଗଭୀର ଆଘାତ ସୃଷ୍ଟି କରିଛି, ବିଶେଷକରି ଶାନ୍ତି ପ୍ରକ୍ରିୟାରେ ସାମିଲ ନେତାଙ୍କ ମୃତ୍ୟୁ ଯୋଗୁଁ।

Leave a Reply

Your email address will not be published. Required fields are marked *