୨୦୨୪ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ପଡ଼ିଛି ୧,୪୨,୮୫୮ ମାମଲା । ବିଧାନସଭାର ଗୃହରେ ସାଲେପୁର ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଓଡ଼ିଶା ହାଇକୋର୍ଟରେ ୧,୪୨,୮୫୮ ମାମଲା ରହିଛି । ଏହି ସବୁ ବକେୟା ମାମଲାର ତ୍ୱରିତ ସମାଧାନ ପାଇଁ ବିଚାରପତିଙ୍କ ସଂଖ୍ୟା ବଢ଼ିବ ।

ଏହାସହ ଆଉ ମଧ୍ୟ ମନ୍ତ୍ରୀ ପୃଥ୍ୱୀରାଜ କହିଛନ୍ତି ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲା କୋର୍ଟରେ ମୋଟ ୧୦୪୦ ବିଚାରପତିଙ୍କ ସଂଖ୍ୟାର ରହିଛି ସେଥୁରୁ ଏବେ ୧୯୫ ଟି ବିଚାରପତି ପଦ ଖାଲି ପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁସାରେ ଖାଲି ପଡିବା ପଦ ଗୁଡିକୁ ପୂରଣ କରିବାକୁ ପ୍ରକ୍ରିୟା ଚାଲିଛି।

 

Leave a Reply

Your email address will not be published. Required fields are marked *