ଆଜି ସାରା ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି।

ଦିନକୁ ଦିନ ବାଂଲାଦେଶରେ ହିଂସାକାଣ୍ଡ ଥମିବାର ନାଁ ଧରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ୧୪୦ କୋଟି ଭାରତୀୟ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ସେଠାକାର ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ। ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ। ଭାରତୀୟମାନେ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷିତ ଏବଂ ନିଶ୍ଚିନ୍ତ ରୁହନ୍ତୁ ।

ଅନ୍ୟପଟେ ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା ମଧ୍ୟରେ ଭାରତ-ବାଂଲାଦେଶ ସୀମା (ଆଇବିବି)ର ସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶରେ ଥିବା ଏହାର ସମକକ୍ଷମାନଙ୍କ ସହ ଆଲୋଚନା କରୁଛି।

Leave a Reply

Your email address will not be published. Required fields are marked *