ଓଡ଼ିଶାରେ ୯୭ ହଜାର କୋଟିର ହେବ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆଦିଲ୍ଲୀ ଗସ୍ତ ରାଜ୍ୟର ଶିଳ୍ପାୟନର ସ୍ଥିର ବିକାଶକୁ ସୁନିଶ୍ଚିତ କରିଛି । ତେବେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପ ପ୍ରତିନିଧିଙ୍କ ସହିତ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାଳରେ ଓଡ଼ିଶାର ଭବିଷ୍ୟତ ପାଇଁ ରହିଥିବା ଭିଜନ ସମ୍ପର୍କରେ ବହୁ ଶିଳ୍ପ ନେତୃତ୍ବ ଓ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଏହାରି ମଧ୍ୟରେ ଆଜି ଓଡ଼ିଶା ନିବେଶକ ସମ୍ମିଳନୀ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି IOCL ସହ ରାଜ୍ୟ ସରକାରଙ୍କ ବୁଝାମଣା ହୋଇଛି । ୫୬ ହଜାର କୋଟି ଟଙ୍କା ନିବେଶ କରିବ IOCL । ପେଟ୍ରୋ ନେଟ୍ LNG କରିବ ୬ ହଜାର କୋଟି ନିବେଶ । Post navigation ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ଅଂଶୁମାନ ମହାନ୍ତିଙ୍କ ଘରେ ଏକାଠି ହେଲେ ବିଜେଡିର ଯୁବ ନେତା