ବଲାଙ୍ଗିର: ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କଫ ସିରପ୍ ଭର୍ତ୍ତି ବୋଲେରୋକୁ ଜବତ କଲା ପୋଲିସ । ବଲାଙ୍ଗିର: ସୁଧପଡ଼ା ନିକଟରୁ ୧୨୦୦ ବୋତଲ କଫ ସିରପ୍ ଜବତ । କଟକରୁ ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ । ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଜବତ, ଓ ୩ ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ, କଟକରୁ ବଲାଙ୍ଗିରକୁ ଏକ ବୋଲେରୋରେ ବେଆଇନ କଫ ସିରଫ ଆସୁଥିଲା । ବୋଲେରୋଟିକୁ ଜଣେ କଫ ସିରଫ ବେପାରୀ ଗୋଟିଏ ଆପାଚି ବାଇକ୍‌ରେ ଏସ୍କର୍ଟ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଟାଉନ ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ ସହ ବୋଲେରୋକୁ ପିଛା କରିଥିଲା। ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ କାବୁ କରିଥିଲା।

ଜବତ ବେଳେ ବୋଲେରୋ ଭିତରୁ ୧୨ ଶହ ବୋତଲ କଫ ସିରଫ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ। ଗିରଫ ଯୁବକମାନେ ବଲାଙ୍ଗିର ସହର ବରପାଲି ପଡ଼ାର ।

By SonaliP

Leave a Reply

Your email address will not be published. Required fields are marked *