ଓଡ଼ିଶାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ ।ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ସାମୁଦ୍ରିକ ତଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଯୋଗ୍ୟ; ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଷ୍ଟ୍ରାଇକ ଚାଲିଛି । ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ ସରକାର । ଆତଙ୍କୀ ହମ୍ଲା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭିସା ବାତିଲ ସହ ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଥିଲା । ସେହିପରି ଆଜି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି । Post navigation ମିଳିଲାନି ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ; ତାତିଲେ ଲୋକେ ପହଲଗାମରେ ଆତଙ୍କୀ ଆକ୍ରମଣରେ ଆହତଙ୍କୁ ଭେଟିଲେ ରାହୁଲ ଗାନ୍ଧି