ତଳମୁହାଁ ହେଉଛି ପାରଦ। ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା। ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି । ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ।

ଜି. ଉଦୟଗିରି ଓ ସେମିଳିଗୁଡ଼ା ୫ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ । ସେହିପରି ଝାରସୁଗୁଡ଼ା ୭, ଚିପିଲିମା ୭.୬, କିରେଇ ୮.୧ ଡିଗ୍ରୀ, ଭବାନୀପାଟଣା ୮.୮, ଅନୁଗୁଳ ଓ ଦାରିଙ୍ଗବାଡ଼ି ୯ ଡିଗ୍ରୀ, ରାଉରକେଲା ୯.୧, ସୁନ୍ଦରଗଡ଼ ୯.୨, ବଲାଙ୍ଗିର ୧୦ ଡିଗ୍ରୀ ରହିଛି ।

ଅନ୍ୟପଟେ ଆସନ୍ତା ଦୁଇ ଦିନ ଶୀତର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୨ ଟା ଜିଲ୍ଲାକୁ ଶୀତ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *