୧୪ ମାସରେ ବିଦ୍ୟୁତ ଆଘାତରେ ୧୧୦ ଜଣଙ୍କ ଜୀବନ ଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଆଜି ବିଧାନସଭା ଗୃହରେ ନୀଳମାଧବ ହିକକା ପଚାରିଥିବା ପ୍ରଶ୍ନ ବିଦ୍ୟୁତ୍ ସଂସ୍ପର୍ଶରେ ବିଗତ ୧୦ ବର୍ଷ ମଧ୍ୟରେ କେତେ ବନ୍ୟଜନ୍ତୁ ଏବଂ ଲୋକଙ୍କର ଜୀବନ ହାନୀ ଘଟିଛି ତାର ପ୍ରତିକାର କଣ କରାଯାଇଛି ? କେତେଜଣଙ୍କୁ କ୍ଷତିଗ୍ରସ୍ତ ପରିବାରକୁ ସରକାର ସହାୟତା ଦେଇଛନ୍ତି ? କେତେ ଜଣ ସହାୟତା ପାଇଛନ୍ତି ଯେଉଁ ବିଦ୍ୟୁତ ପୋଲ୍‌ଗୁଡ଼ିକ ସାଧାରଣ ଲୋକଙ୍କ ଜମିରେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାପନ ହେଉଛି, କିନ୍ତୁ ଉକ୍ତ ଜମିମାଲିକଙ୍କର କ୍ଷତିଭରଣା ପାଇଁ ପାଇଁ କଣ ପ୍ରାବଧାନ ରହିଛି ।

ଏହାର ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି । ବିଗତ ୧୪ ମାସ ମଧ୍ୟରେ ବିଦ୍ୟୁତ ଆଘାତରେ ଯାଇଛି ୧୧୦ ଜଣଙ୍କ ଜୀବନ । ସର୍ବାଧିକ TPCODL ଅଞ୍ଚଳରେ ୪୮ ଜଣଙ୍କ ଜୀବନ ଯାଇଛି । TPNODL ଓ TPWODLରେ ୨୭ ଜଣ ଓ TPSODLରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି  ବିଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୧୬୨୪ ଲୋକ ଓ ୧୭୦ ବନ୍ୟଜନ୍ତୁଙ୍କ ଜୀବନ ହାନୀ ଘଟିଛି । ତେବେ, ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କର ତ୍ରୁଟି ଯୋଗୁଁ ଘଟୁଥ‌ିବା ବିଦ୍ୟୁତ୍ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବା ନିୟମ ରହିଛି । OERC (Compensation to Victims of Electrical Accidents) ୨୦୨୦ଅନୁଯାୟୀ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ପ୍ରାବଧାନ ରହିଛି ।

Leave a Reply

Your email address will not be published. Required fields are marked *