ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି ବୋଲି ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି।

ସୂଚନା ଯୋଗ୍ୟ; ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର (RCB)ର ବିଜୟ ପରେଡ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫:୦ ଟାରେ ଆରମ୍ଭ ହୋଇଥିଲା। ଖେଳାଳିମାନେ ଅପରାହ୍ନ ୪:୦୦ ଟାରେ ବିଧାନସୌଧରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଆଇପିଏଲ ବିଜେତା RCB ଟିମ୍‌କୁ ସ୍ବାଗତ କରିବା ପାଇଁ ପ୍ରବଳ ଭିଡ ଥିଲା। ଏପରି ସ୍ଥଳେ ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଲାଗିରହିଛି । ପୋଲିସ ଏମାନଙ୍କୁ କାବୁ କରିବା ପାଇଁ ଲାଠିଚାର୍ଜ କରିବା ପରେ ଦଳାଚକଟା ଆରମ୍ଭ ହୋଇଛି । ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ବିଜୟ ପରେଡକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ବନ୍ଦ ହେଲା ମେଟ୍ରୋ ଷ୍ଟେସନ୍‌।

Leave a Reply

Your email address will not be published. Required fields are marked *