ପୁଣି ଦେଶରେ ଆସ୍ତେ ଆସ୍ତେ କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ ଟପିଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କରୋନା ଆକ୍ରାନ୍ତରେ ୩୦୫ଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ପହ୍ଞ୍ଚିଥିବା ଜଣାପଡିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ, କେରଳରେ ସବୁଠୁ ବେଶୀ ୪୩୦ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ସେହିପରି ମହାରାଷ୍ଟ୍ର ୨୦୯, ଦିଲ୍ଲୀ ୧୦୪, ଗୁଜୁରାଟ ୮୩, ତାମିଲନାଡୁ ୬୯, କର୍ଣ୍ଣାଟକ ୪୭, ଉତ୍ତରପ୍ରଦେଶ ୧୫ ,ପଶ୍ଚିମବଙ୍ଗ ୧୨, ହରିଆଣା ୯, ଆନ୍ଧ୍ରପ୍ରଦେଶ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । Post navigation ଯାତ୍ରା ଅଭିନେତ୍ରୀଙ୍କୁ ଯାତ୍ରା ମାଲିକ ମାଡ଼ ମାରିବା ଅଭିଯୋଗ; ଥାନାରେ ଏତଲା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ