୨୪ ବର୍ଷ ମଧ୍ୟରେ ହିଞ୍ଜିଳିରେ ଘଟିଛି ଶହେ ହତ୍ୟା । ଆଜି ବିଧାସଭାରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ୨୪ ବର୍ଷରେ ଘଟିଛି ୧୦୦ ହତ୍ୟା। ଘଟିଥିବା ହତ୍ୟା ମାମଲାରେ ମୋଟ ୩୨୮ ଜଣଙ୍କୁ ଗିରଫ କରାଯାଇଛି । ଘଟିଥିବା ୧୦୦ ହତ୍ୟା ମାମଲାରେ କେବଳ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ୨୨ଟି ମାମଲାରେ ଦୋଷମୁକ୍ତ ହୋଇଛି ଓ ୬୯ ମାମଲା ବିଚାରାଧୀନ ରହିଛି ।

Leave a Reply

Your email address will not be published. Required fields are marked *