ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ବାନୋ ଓ କନରାୱା ଷ୍ଟେସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହାପରେ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ ଗୋରଖପୁରରୁ ସମ୍ବଲପୁର ଅଭିମୁଖେ ଆସୁଥିବା ମୌର୍ଯ୍ୟ ଏକ୍ସପ୍ରେସକୁ କନରାୱା ଷ୍ଟେସନ ନିକଟରେ ଅଟକି ରହିଛି ।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଞ୍ଚି ରେଳବାଇ ଡିଭିଜନର ଇଞ୍ଜିନିୟରିଂ ଏବଂ ଅପରେସନ୍ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି। ରେଳ କର୍ମଚାରୀ ପହଁଚି ବଗିଗୁଡ଼ିକୁ ଉଠାଇବାକ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଦୁର୍ଘଟଣା କାହାର କୌଣସି କ୍ଷତି ହୋଇନଥିବାବେଳେ ଲାଇନଚ୍ୟୁତ ହେବାର କାରଣ ଜଣାପଡ଼ିନାହିଁ ।

ସୂଚନା ଯୋଗ୍ୟ; ଆଜି ସକାଳେ ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ମାର୍ଗରେ ସକାଳ ପ୍ରାୟ ୧୦ ଟା ସମୟରେ ଏକ BSCS ମାଲବାହୀ ଟ୍ରେନ ହଠାତ୍ ଲାଇନଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ଦଶଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ମଧ୍ୟରୁ କିଛି ବଗି ଓଲଟି ମଧ୍ୟ ଯାଇଛି। ଘଟଣା ପରେ ହାଟିଆ ଏବଂ ବନ୍ଧମୁଣ୍ଡାରୁ ରେଳବାଇର ଉଦ୍ଧାର ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *