ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ୱାକଫ୍‌ ବିଲ୍‌ ଆଲୋଚନା ବେଳେ ଜେପିସି ବୈଠକରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଥିପାଇଁ ଏଆଇଏମଏଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ , କଲ୍ୟାଣ ବାନାର୍ଜୀ ଏବଂ କଂଗ୍ରେସର ନାସିର ହୁସେନଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମାରୁ ଦିନକ ପାଇଁ ସସ୍‌ପେଣ୍ଡ୍‌ କରାଯାଇଥିବା ସୂଚନା ମିଳିଛି।

ଜେପିସି ବୈଠକରେ ବିଲ୍ ଉପରେ ଆଲୋଚନା କରାଯିବ ଏବଂ ଡ୍ରାଫ୍ଟ ରିପୋର୍ଟକୁ ଚୂଡ଼ାନ୍ତ କରାଯିବ। କିନ୍ତୁ ବୈଠକର ପ୍ରଥମ ଦିନରେ ହିଁ ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଏହି କମିଟିର ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ବିରୋଧୀ ଦଳର। ତଳ ସଦନରେ ନଅ ଜଣ ଏବଂ ଉପର ସଦନରେ ଚାରି ଜଣ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *