ମାସକର ଶିଶୁକୁ ଦିଆଗଲା ୪୦ ଚେଙ୍କ । ଚେଙ୍କ ଆଉ କେହି ନୁହେଁ ନିଜ ପିତା ମାତା ହିଁ ଦେଇଥିବା ସୁଚନା ମିଳିଛି । ଅନ୍ଧବିଶ୍ବାସରେ ଏହି ସବୁ କରାଯାଉଥିବା ଜଣାପଡିଛି । ପିଲାର ଦେହ ଭଲ ନ ରହିବାରୁ ମାତ୍ର ଗୋଟିଏ ମାସ ହେବ ଜନ୍ମ ନେଇଥିବା ଶିଶୁକୁ ଦିଆଯାଇଛି ୪୦ରୁ ଅଧିକ ଚେଙ୍କ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ନବଜାତ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି । ତାକୁ ଉମରକୋଟ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ; ନବରଙ୍ଗପୁର ଜିଲ୍ଲାରେ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଫୁଣ୍ଡେଲପାର ଗାଁର ସରୋଜ କୁମାର ନାୟକଙ୍କର ଏକ ମାସର ପୁତ୍ର ସନ୍ତାନର ୧୦ଦିନ ହେବ ଅସୁସ୍ଥ ରହିଥିବାରୁ ପରିବାର ଲୋକ ଶିଶୁଟିକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଚେଙ୍କ ଦେଇଥିଲେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ ଦିଆଯାଇଛି । ଦୁଇ ଦିନ ହେବ ତାର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରୁ ତାକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉମରକୋଟ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଶିଶୁର ମୁଣ୍ଡ ଏବଂ ପେଟରେ ୩୦ରୁ ୪୦ ଥର ଚେଙ୍କ ଦିଆଯାଇଛି । ତେବେ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *