ଏଜେନ୍ସୀ : ନୂଆଦିଲ୍ଲୀ କଂଗ୍ରେସକୁ ନିର୍ବାଚନ ଆଗରୁ ବି ଝଟକା ଦେଇଛନ୍ତି ମିଲିନ୍ଦ ଦେଓରା। ଏକ୍ସ ହେଣ୍ଡଲରରେ ମିଲିନ୍ଦ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ସହ ୫୫ ବର୍ଷର ସମ୍ପର୍କ ଛିହ୍ନ କରିଛନ୍ତି ସେ। ଶିବସେନା ସିଂଦେ ଗୋଷ୍ଠୀରେ ଯୋଗ ଦେଇ ପାରନ୍ତି ସେ । କଂଗ୍ରେସର ଯୁବ ଚେହେରା ଭିତରୁ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଯୋଗ ଦେଇ ସାରିଛନ୍ତି। ସଚୀନ ପାଇଲଟ ଦୋଦୁଲ୍ୟମାନ ସ୍ଥିତିରେ ଅଛନ୍ତି । ଯେଉଁ ଦିନ ମଣିପୁରରୁ ରାହୁଳଙ୍କ ନ୍ୟାୟ ଯାତ୍ରା ଆରମ୍ଭ ହେଉଛି, ସେହି ଦିନ ହିଁ ମିଲିନ୍ଦ କଂଗ୍ରେସ ଛାଡ଼ିବାର ଏକ ବିରାଟ ରାଜନୈତିକ ସଂକେତ ରହିଛି। Post navigation ଅର୍ପଣ ରଥକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡ଼ଙ୍ଗୀ କୋଭିଡରେ ୪୦ ହଜାର କୋଟି ଦୁର୍ନୀତି ହୋଇଛି: ଓଡ଼ିଶା ବିଜେପି