ବଲାଙ୍ଗୀର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି। ଏଥିରେ ଜେଲ୍ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି।ଏହି ଚଢ଼ଉରେ ମାଜିଷ୍ଟ୍ରେଟଙ୍କ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯ ଅଫିସର ସାମିଲ ଥିଲେ।

Leave a Reply

Your email address will not be published. Required fields are marked *