ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁମନମ ଖେମଚନ୍ଦ ସିଂ ହେଲେ ନୂଆ ମୁଖ୍ୟମନ୍ତ୍ରୀ । କାଲି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ୟୁମନମ ।

ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ୟୁମନାମ ଖେମଚାନ୍ଦ ସିଂ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଅଜୟ ଭଲ୍ଲା ଲୋକଭବନରେ ଶପଥ ପାଠ କରାଇଥିଲେ। ସିଂହଙ୍କୁ ପୂର୍ବଦିନ ନୂଆଦିଲ୍ଲୀରେ ବିଜେପିର ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଥିଲା।

ବୈଠକରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତରୁଣ ଚୁଗ୍, ଏହାର ଉତ୍ତର-ପୂର୍ବ ପ୍ରଭାରୀ ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସଭାପତି ଏ ଶାରଦା ଦେବୀଙ୍କ ବ୍ୟତୀତ ୩୭ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୩୫ ଜଣ ଉପସ୍ଥିତ ଥିଲେ।

ଖେମଚନ୍ଦ ସିଂହ ଜଣେ ଅଭିଜ୍ଞ ଏବଂ ଦୂରଦର୍ଶୀ ନେତା । ମଣିପୁରରେ ଶାନ୍ତି, ବିକାଶ ଏବଂ ସୁଶାସନକୁ ଆଗକୁ ବଢ଼ାଇବା ସହିତ ରାଜ୍ୟରେ ସ୍ଥିରତା ଏବଂ ପ୍ରଗତି ନୂଆ ସମୟ ଆରମ୍ଭ ହେବ ବୋଲି ବିଜେପି କହିଛି । ମଣିପୁର ବିଧାନସଭାରେ ୬୦ ଆସନ ରହିଛି । ଏହାର କାର୍ଯ୍ୟକାଳ ଆଉ ୨୦୨୭ ପର୍ଯ୍ୟନ୍ତ ରହିଛି । ଖେମଚନ୍ଦ ୨୦୨୭ ଯାଏ ମୁଖ୍ୟମନ୍ତ୍ରୀ ରହିବେ ।ସେହିପରି ନେଚା କିପଗେନଙ୍କୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ କୁକୀ ସମାଜରୁ ଆସିଛନ୍ତି । କିପଗେନଙ୍କ ଚୟନ ରାଜ୍ୟରେ ହିଂସା କରିବା ସହିତ ସଦଭାବନା ଆଣିବ ବୋଲି ଆଶା କରାଯାଉଛି ।

୨୦୨୫ ଫେବ୍ରୁଆରୀ ୧୩ରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ । ହିଂସା ଯୋଗୁଁ ମଣିପୁରରେ ଗତ ବର୍ଷ ଫେବ୍ରୁଆରୀ ୧୩ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ । ହିଂସା କାରଣରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂହ ପଦରୁ ଇସ୍ତଫା ଦେଇଥିଲେ । ଏନ୍. ବିରେନଙ୍କ ଇସ୍ତଫା ଦେବାର ୪ ଦିନ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

Leave a Reply

Your email address will not be published. Required fields are marked *