ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟିର ଦୁଇ ଜଣ ସାଂସଦ । ଆଜି ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ୱାଇଏସଆର କଂଗ୍ରେସ ପାର୍ଟିରେ ଥିବା ମୋପିଦେବୀ ଭେଙ୍କଟରମଣ ଓ ବେଦା ମସ୍ତାନ ରାଓ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି ।

ସୂଚନଯୋଗ୍ୟ; ମୋପିଦେବୀ ଭେଙ୍କଟରମଣ ୨୦୨୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୬ ପର୍ଯ୍ୟନ୍ତ ରହିଥିଲା। ସେହିଭଳି ମସ୍ତାନା ରାଓଙ୍କ କାର୍ଯ୍ୟକାଳ ୨୦୨୮ ଜୁନ୍ ଯାଏଁ ଥିଲା । ମସ୍ତାନା ରାଓ ପୂର୍ବରୁ ଟିଡିପିରେ ଥିଲେ । ୨୦୦୯ରୁ ୨୦୧୪ ଯାଏଁ ଆନ୍ଧ୍ରପ୍ରଦେଶର କାଭାଳି ଲୋକସଭା ଆସନରୁ ସାଂସଦ ଥିଲେ । ୨୦୧୯ରେ ଜଗନ ମୋହନ ରେଡିଙ୍କ ୱାଇଏସଆର କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ସେ । ସେହିଭଳି ଭେଙ୍କଟରମଣ ପୂର୍ବରୁ କଂଗ୍ରେସରେ ଥିଲେ ।

ଅନ୍ୟପଟେ ଏହି ୨ଜଣ ସାଂସଦ ଇସ୍ତଫା ପରେ ଟିଡିପିରେ ଯୋଗ ଦେବେ ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସମୟରେ ରାଜ୍ୟସଭାରେ ଟିଡିପିର ଉପସ୍ଥିତି ଶୂନ ରହିଛି । ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ପରେ ଟିଡିପି ପୁଣି ଥରେ ରାଜ୍ୟସଭାରେ ପ୍ରବେଶ କରିବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *