ପୁଣି ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ। ଭୁବନେଶ୍ୱର ସାଲିଆସାହିରେ ଥିବା ଏକ ମୁକୁଳା ଡ୍ରେନରେ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ସେହି ବସ୍ତିର ସିନୁ ଗାଗରାଇ।

ସୂଚନା ଯୋଗ୍ୟ, ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସେହି ବସ୍ତିର ସିନୁ ଗାଗରାଇ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସେପଟେ ଘଟଣାକୁ ନେଇ ବିଏମସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ଉପଯୁକ୍ତ ବ୍ୟାରିକେଡିଂ କିମ୍ବା ସତର୍କ ସୂଚନା ବିନା ଡ୍ରେନ୍ ଖୋଲା ରଖାଯାଇଥିବା ଅଭିଯୋଗ ହୋଇଛି, ଯାହା ପଦଯାତ୍ରୀଙ୍କ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *