ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣାକୁ ନେଇ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ପୋଲିସଙ୍କ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ଆନ୍ଦୋଳନ କରୁଥିବା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।

ସୂଚନା ମୁତାବକ; ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ମାରିଥିଲେ ଅଣ୍ଡା, ଟମାଟୋ ।

Leave a Reply

Your email address will not be published. Required fields are marked *