Youth caught with hidden camera fitted in spectacles in Puri Srimandir
ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକଙ୍କ ପ୍ରବେଶ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୁଜରାଟର ଜଣେ ଭକ୍ତ ଚଷମାରେ ଗୁପ୍ତ କ୍ୟାମେରା ଲଗାଇ ଫଟୋ ଉଠାଉଥିବା ସମୟରେ ଧରାପଡିଛନ୍ତି ।
 
କୀର୍ତ୍ତନଚକଡା ନିକଟରୁ ତାଙ୍କୁ ସିଂହଦ୍ୱାର ଥାନା ପୋଲି ଧରିଥିବା ଜଣାପଡିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
 
କହିରଖୁଛୁ ନିକଟରେ, ଏହା ପୂର୍ବରୁ ପୁରୀ ଗଜପତି ନଗରର ଜଣେ ଯୁବକ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥପ୍ରେମୀ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

By Nirvay

Leave a Reply

Your email address will not be published. Required fields are marked *