ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନାବ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି । ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ୧୫ ଶହ କୋଟି ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ସେତୁ । ୩୫୯ ମିଟର୍ ଉଚ୍ଚତା, ୧୩୧୫ ମିଟର ଦୈର୍ଘ୍ୟର ସେତୁ । ଜମ୍ମୁ-କାଶ୍ମୀର ପାହାଡ଼କୁ ଚିରି ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀ ଗର୍ବର ସହିତ ତ୍ରିରଙ୍ଗା ଉଡ଼ାଇ ବିଶ୍ୱ ଭାରତର ଶକ୍ତି ଦେଖାଇଛନ୍ତି । ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ରାଜ୍ୟପାଳ ମନୋଜ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି।ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ । ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା ।

ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ଚେନାବ ନଦୀ ଉପରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ସେତୁ ।  ଏହା ରିୟାସୀ ଜିଲ୍ଲାର ବକ୍କଲ ଏବଂ କୌରୀ ଗାଁକୁ ଯୋଡ଼ୁଛୁ । ଏହି ସେତୁ କୁତବମୀନାର ଠାରୁ ପାଞ୍ଚ ଗୁଣା ଉଚ୍ଚ ଅଟେ । ଆଜିର ଦିନ ଜମ୍ମୁ-କାଶ୍ମୀର ଭାଇ ଭଉଣୀଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *