ଆଜିଠାରୁ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି । ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର । ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର । ରାଜକୀୟ ଶୋଭାଯାତ୍ରାରେ ମଥୁରା ନଗରୀର ମହାରାଜା ଉଗ୍ରସେନ ହାତୀପିଠିରେ ବସି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚର ଉଦ୍ଘାଟନୀ ଦିବସରେ ଅତିଥି ଭାବେ ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ରାଜ ଦରବାର ମଞ୍ଚରେ ଧନୁଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାରା ସହର ସିସିଟିଭି କ୍ୟାମେରା ବଳୟରେ ରହିବ ବୋଲି ବରଗଡ଼ ପୋଲିସ ତରଫରୁ ସୂଚନା ମିଳିଛି । Post navigation Baraputra Aitihya Gram Yojana: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ କ୍ୟାବିନେଟ୍ ମୋହର Economic Region In Odisha: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଗଠନ ହେବ ଇକୋନୋମିକ୍ ରିଜିଅନ୍