ମହିଳା ବିଶ୍ୱକପ୍ ୨୦୨୫ର ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚରେ ଫାଇନାଲରେ ପ୍ରବେଶ କଲା ଭାରତ। କଙ୍ଗାରୁ ଦଳକୁ ପରାସ୍ତ କରି ପ୍ରଥମ ବିଶ୍ୱକପ୍ ଟାଇଟଲ ଜିତିବା ପାଇଁ ନିକଟତର ହୋଇଛି ଭାରତ । ନଭି ମୁମ୍ବାଇରରେ ଗୁରୁବାର ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛ ଭାରତ । ଆସନ୍ତା ୨ ତାରିଖରେ ଖେଳାଯିବ ବିଶ୍ବକପ କ୍ରିକେଟ ଫାଇନାଲ ମ୍ୟାଚ୍ । ଏଥିରେ ଭାରତ ସହ ଦକ୍ଷିଣ ଆଫ୍ରିକାର ମୁକାବିଲା ହେବ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ ଓ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ ।

ଏହା ପରେ ଜବାବରେ ୩୩୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଭାରତ। ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ଶତକ ହାସଲ କରିଥିଲେ। ସେହିପରି ଅଧିନାୟକ ହରମନପ୍ରୀତ କୌର ୮୯ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ରନକୁ ୪୮ ଓଭର ୩ଟି ବଲରେ ୫ ଓ୍ବିକେଟ ହରାଇ ବାଜି ମାରି ନେଇଥିଲା।

Leave a Reply

Your email address will not be published. Required fields are marked *