ଘର ଭିତରେ ଜଳିଗଲେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ଘର ଭିତରେ ଜଳିଯାଇଥିବା ଜଣାପଡିଛି । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି । ତେବେ ଏହା ଯୁବତୀଙ୍କ ଆତ୍ମହତ୍ୟା କରିଛି ନାଁ ତାକୁ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଛାତ୍ରୀ ଜଳିଯିବା ଘଟଣାରେ ତୁରନ୍ତ ହସ୍ତକ୍ଷେପ କଲେ ଡିଜିପି । କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କେବେ ଓ କେଉଁ ଥାନାରେ ଅଭିଯୋଗ କରିଥିଲେ, ତାହା ମଧ୍ୟ ଯାଞ୍ଚ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ।

ଅନ୍ୟପଟେ ଛାତ୍ରୀଙ୍କ ବାପା ଗ୍ରାମାଞ୍ଚଳ ଥାନା ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କୁ ଦୀର୍ଘ ମାସ ହେବ ବ୍ଲାକମେଲ୍ କରୁଥିଲେ । ଏ ନେଇ ସେ ଦୀର୍ଘ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ପୁଅର ମୋବାଇଲ୍ ନମ୍ବର ବ୍ଲକ୍ କରିଦେବାକୁ ପରାମର୍ଶ ଦେଇଥିଲେ । ଫଳରେ ଝିଅ ମାନସିକ ଭାରସାମ୍ୟ ସହି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ବାପା ।

ସୂଚନା ଯୋଗ୍ୟ; ଆଜି ସକାଳ ଘରେ ଯୁବତୀଙ୍କ ବାପା ଏବଂ ମାଆ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଯାଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ବେଳକୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ । କିନ୍ତୁ ଝିଅ ଆଉ କବାଟ ଖୋଲି ନ ଥିଲା । ଏହା ପରେ ବାପା କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ । ସିଡ଼ି ଘର ନିକଟରେ ଝିଅର ଦଗ୍ଧ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । ଘଟଣା ଜଣାପଡିବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *