ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ମା ଓ ପୁଅ । ବନ ବିଭାଗର ୧୦ଟି ଟିମ୍‌ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ମା’ ଓ ପୁଅଙ୍କୁ ଠାବ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।  ମା’ ଓ ପୁଅ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା ବୋଲି ପରିଚୟ ମିଳିଛି ।

ସୂଚନା ଅନୁସାରେ, ଗତ ୫ ଦିନ ତଳେ ମା’ ଓ ପୁଅ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଭିତରକନିକା ଜଙ୍ଗଲର ୧୦କି.ମି. ଭିତରକୁ ଯାଇ ଆଉ ଫେରିନଥିଲେ । ଏନେଇ ବନବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସାହାଯ୍ୟରେ ନିଖୋଜ ମା’ ଓ ପୁଅଙ୍କୁ ଖୋଜା ଯାଇଥିଲା ।

Leave a Reply

Your email address will not be published. Required fields are marked *