ଭିତରକନିକା ଜଙ୍ଗଲ ଭିତରେ ମାଆପୁଅ ନିଖୋଜ। ନଦୀକୁ ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ଥିବା ଅଭିଯୋଗ ହୋଇଛି। ଭଉଣୀ ଓ ପୁତୁରା ସହ ଉଭୟ ଯାଇଥିବା ବେଳେ ୫ ଦିନ ହେଲାଣି ପତ୍ତା ମିଳୁନଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଖୋଜା ଖୋଜି ଜାରି ରଖିଛନ୍ତି ବନ ବିଭାଗର ୧୦ଟି ଟିମ୍। ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ମଧ୍ୟ ବ୍ୟବହାର କରାଯାଇଛି। ସୂଚନା ଯୋଗ୍ୟ, ୫ ଦିନ ତଳେ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଭଉଣୀ ଓ ପୁତୁରା ସହ ଯାଇଥିଲେ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା। ଭିତରକନିକା ଜଙ୍ଗଲର ୧୦ କିଲୋମିଟର ଭିତରକୁ ଯାଇ ମାଆପୁଅ ଆଉ ଫେରିନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଉଭାୟଙ୍କୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଲେ କୌଣସି ଖବର ତାଙ୍କର ପାଇନଥିଲେ। ଏହା ପରେ ପରିବାର ଲୋକ ବନ ବିଭାଗକୁ ଖବର ଦେଇଥିଲେ। Post navigation ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବସର କର୍ମଚାରୀଙ୍କ ପ୍ରତି କାହିଁକି ମେହେରବାନ୍ ସରକାର ?