ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।

ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା ପାର୍ବତୀ ପାଣିଗ୍ରାହୀ ନାମକ ମହିଳା ସଫେଇ କାମ କରିବାକୁ ନିଜ ପୁଅ ସହ ବ୍ଲକ କଲୋନୀକୁ ଯାଉଥିଲେ। ପୁଅ ସାଗର ସାଇକେଲରେ ବସାଇ ମା’କୁ ନେଉଥିଲା। ଡିଏନକେ ଟ୍ରାଫିକ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଟ୍ରକର ଆଗ ଚକ ତଳେ ପଡ଼ି ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ପୁଅ ସାଗରର ଗୋଡ଼ ଭାଙ୍ଗିବା ସହ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସାଗରକୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *