ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ଦିନ ଏହା ଘୋଷଣା କରିଛନ୍ତି । ଏକ୍ସରେ ଏ ସମ୍ପର୍କରେ ସୂଚନା ଦେଇ ରିଜିଜୁ କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ଡିସେମ୍ବର ୧ ରୁ ୧୯ ଯାଏ ସଂସଦର ଶୀତ ଅଧିବେଶନ ଚାଲୁ ରଖିବାକୁ ଅନୁମତି ଦେଇଛନ୍ତି । ଗୋଟିଏ ଗଠନମୂଳକ ଓ ସଫଳ ଅଧିବେଶନର ଆଶା ରହିଛି, ଯାହା ଗଣତନ୍ତ୍ରକୁ ମଜବୁତ କରିବ ଏବଂ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ରିଜିଜୁ କହିଛନ୍ତି । ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବାର ଆଶା କରାଯାଉଛି । Post navigation Supreme Court on Stray Dogs: ଶିକ୍ଷାନୁଷ୍ଠାନ, ହସ୍ପିଟାଲ ପରିସରରୁ ବୁଲା କୁକୁର ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ