ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ୧୬ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

ଏହି ଅଧିବେଶନରେ ୧୨ ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ଏଥର ବିଧାନସଭାରେ ଅତିରିକ୍ତ ବଜେଟ ପାରିତ ହୋଇଛି । ୨ଟି ସରକାରୀ ବିଲ ପାରିତ ସହ ୧୦ଟି ବେସରକାରୀ ବିଲ ଆଗତ ହୋଇଥିଲା।

ନଭେମ୍ବର ୨୯ ତାରିଖ ରେ ଆରମ୍ଭ ହୋଇଥିଲା ବିଧାନସଭା ।ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା ଶୀତ କାଳୀନ ଅଧିବେଶନ । ତେବେ ଆଜି ଗୃହରେ ବାଚସ୍ପତି ସୁରମା ପାଢୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା । ବିରୋଧୀ ଦଳ ମଧ୍ୟ ବିଧାନସଭାରେ ହୋହାଲ୍ଲା କରିଥିଲେ ।

ଆମ୍ବ ଟାକୁଆ ମୃତ୍ୟୁ ଘଟଣା, ଅଦାନୀ ଜମି କିଣା ପ୍ରସଙ୍ଗ, ମିଶନ ଶକ୍ତି ଆନ୍ଦୋଳନ ଓ ଧାନ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।

By Nirvay

Leave a Reply

Your email address will not be published. Required fields are marked *