କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାର ଆମ୍ବ ଟାକୁଆ ଜାଉ ଭକ୍ଷଣ ଜନିତ ମୃତ୍ୟୁ ଘଟଣାର ତଦନ୍ତ କରିବେ ଆରଡିସି ବୋଲି ସରକାର ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କନ୍ଧମାଳ ସିଏସଓ ଜ୍ଞାନେନ୍ଦ୍ର ମିଶ୍ର ଓ ଯୋଗାଣ ଅଧିକାରୀଙ୍କୁ ଆରଡିସି ତଦନ୍ତ ପରିସରଭୂକ୍ତ କରାଯିବ କି ? କାରଣ ମୋଦୀ ସରକାର ସମଗ୍ର ଦେଶରେ ଗରିବ ଲୋକ ମାନଙ୍କ ପାଇଁ ମାଗଣା ଚାଉଳର ବ୍ୟବସ୍ଥା କରିଥିବାବେଳେ କନ୍ଧମାଳର ଏହି ଆମ୍ବ ଟାକୂଆ ଜାଉ ଭକ୍ଷଣ ଜନିତ ମୃତ୍ୟୁ ମାମଲା ମୋହନ ସରକାର ଉପରେ ଏକ ଦାଗ ଲଗାଇ ଦେଇଛି। ଏଥିରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଏସସିବି ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ବାକି ଆଉ ଚାରି ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ଆମ କନ୍ଧମାଳ ପ୍ରତିନିଧି ଜଣାଇଛନ୍ତି ଯେ ଆଦିବାସୀ ଅଞ୍ଚଳରେ ହିତାଧିକାରୀମାନଙ୍କୁ ମାସକୁ ମାସ ଚାଉଳ ମିଳିନଥାଏ। କେଉଁଠି ଚାରିମାସରେ ଥରେ ତ କେଉଁଠି ତିନିମାସକୁ ଥରେ ଆଦିବାସୀମାନଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ଆଦିବାସୀଙ୍କର ଆମ୍ବ ଟାକୂଆ ଜାଉ ଖାଇବା ଅଭ୍ୟାସ ରହିଥିଲେ ହେଁ ମାଣ୍ଡିପଙ୍କାର ଆଦିବାସୀମାନଙ୍କ ପାଖରେ ଯଦି ଚାଉଳ ଥାଆନ୍ତା ତେବେ ସେମାନେ କାହିଁକି ଆମ୍ବ ଟାକୁଆ ଜାଉ ଖାଇଥାନ୍ତେ ବୋଲି ପ୍ରଶ୍ନ ଉଠୁଛି । ମାଣ୍ଡିପଙ୍କାରେ ହିତାଧିକାରୀଙ୍କୁ ଶେଷଥର ପାଇଁ ଜୁଲାଇ ମାସରେ ଚାଉଳ ମିଳିଥିଲା ବୋଲି କୁହାଯାଉଛି। ଏହାର ସତ୍ୟତା କେତେ ରହିଛି ତାହା ତଦନ୍ତ ସାପେକ୍ଷ । କନ୍ଧମାଳ ସିଏସଓ ଜ୍ଞାନେନ୍ଦ୍ର ମିଶ୍ରଙ୍କୁ ଆରଡିସି ତଦନ୍ତ ପରିସରଭୁକ୍ତ କରିବା ପାଇଁ ଏଥି ପାଇଁ ଦାବି ହେଉଛି କାରଣ ମୋଦୀ ସରକାର ମାସକୁ ମାସ ଚାଉଳ ଯୋଗାଇ ଦେଉଥିବାବେଳେ କନ୍ଧମାଳରେ କାହିଁକି ଚାରି ମାସ କିମ୍ବା ତିନିମାସରେ ଥରେ ଆଦିବାସୀ ହିତାଧିକାରୀଙ୍କୁ ଦିଆଯାଏ । ସିଏସଓ ଜ୍ଞାନେନ୍ଦ୍ର ମିଶ୍ର କେବେ କ୍ଷେତ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ କି ? ସେ କେତେଦିନ କନ୍ଧମାଳରେ ଓ କେତେଦିନ ଦାୟିତ୍ଵ ଭୁଲି ଭୁବନେଶ୍ବରରେ ରହୁଛନ୍ତି ତାହା ଚଦନ୍ତ ପରିସରଭୂଲ ହେବା ଆବଶ୍ୟକ । Post navigation ୭ ଦିନ ଭିତରେ ଲୋକଙ୍କୁ ମିଳିବ ବାତ୍ୟା କ୍ଷତିପୂରଣ ଟଙ୍କା: ରାଜସ୍ବ ମନ୍ତ୍ରୀ ମୋ ବସ୍ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର; ଏଥର ସାବାଡ୍ ହେବେ ଅମାନିଆ ଡ୍ରାଇଭର