ପୁରୀରେ ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ପୁରୀରେ ପୁଣି ଜାଗା ମାଗିବା ପ୍ରସଙ୍ଗର ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ବେଦାନ୍ତ ପାଇଁ କ’ଣ କେବଳ ଜଗନ୍ନାଥଙ୍କ ଜମି ଅଛି? ଅନ୍ୟ ଜମି ଅଛି ଦଉ ନାହାନ୍ତି । ବିଶ୍ୱବିଦ୍ୟାଳୟ କରନ୍ତୁ ଆମର କୌଣସି ଆପତ୍ତି ନାହିଁ ଏହା ସ୍ୱାଗତଯୋଗ୍ୟ ହେଲେ ଜଗନ୍ନାଥଙ୍କ ଓ ଗରିବ ଲୋକଙ୍କ ଜମି ଉପରେ କ’ଣ ପାଇଁ ଆଖି ରଖିଛି ବେଦାନ୍ତ । ସୂଚନା ଯୋଗ୍ୟ; ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇ ୨୦୧୦ ନଭେମ୍ବର୧୬ ବେଆଇନ ଦର୍ଶାଇ ଖାରଜ କରି ଦେଇଥିଲେ ଓଡ଼ିଶା ହାଇକୋର୍ଟ। ୨୦୨୩ ଏପ୍ରିଲ ୧୨, ତାରିଖରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । Post navigation ସୀମା ବିବାଦକୁ ନେଇ ବସିଲା ହାଉସ୍ କମିଟି ବୈଠକ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ