ଉପରସ୍ତରରେ ଜଘନ୍ୟ ଖେଳ ଆଗରେ ରାଜ୍ୟ ଭାଜପା ସରକାର କେଡ଼େ ଅସହାୟ ତାହାର ଏକ ବଡ଼ ପ୍ରମାଣ ରଖିଦେଇଗଲା ବିବାଦୀୟ ଆଇପିଏସ ଅଫିସର ଧିରେନ୍ଦ୍ର ସମ୍ବଜୀ କୁଟେ । କେନ୍ଦ୍ରକୁ ଡେପୁଟେସନରେ ଗଲେ, କିନ୍ତୁ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ କୌଣସି ଲିଖିତ ଜବାବ ଦେଲେ ନାହିଁ । ରାଜ୍ୟରେ ଏଥର ୪ ପର୍ଯ୍ୟାୟରେ ନିର୍ବାଚନ ହେଲା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନମଣ୍ଡଳୀରେ ଭୋଟ ବେଳେ ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଯେଭଳି ଫସାଯାଇ ଗିରଫ କରାଗଲା, ସେଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସତନ୍ତ୍ର ସଚିବ ଡିଏସ୍ କୁଟ୍ଟେଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ପ୍ରକ୍ରିୟା ସରିବା ପରେ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲେ, କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ଯ ଦେଇଥିଲେ। ଜୁଲାଇ ୧୫ ତାରିଖରେ ମୋହନ ସରକାର କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ତାଙ୍କୁ ଗୃହ ବିଭାଗରେ ଓଏସ୍ଡି ଭାବେ ତୁରନ୍ତ ନିଯୁକ୍ତି ଦେଇଥିଲେ। ଇସିଆଇ କିନ୍ତୁ କାର୍ଯ୍ୟାନୁଷ୍ଠାନର ସୁପାରିସ କରିଥିଲେ। ମୋହନ ସରକାର ଅଗଷ୍ଟରେ ଡିଏସ୍ କୁଟ୍ଟେଙ୍କୁ ସେମାନଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ଉପରେ ପକ୍ଷ ରଖିବାକୁ ନୋଟିସ ଜାରି କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆଶିଷ ସିଂ ନିଜ ପକ୍ଷ ରଖୁ ସେପ୍ଟେମ୍ବର ୬, ୨୫ ଏବଂ ଅକ୍ଟୋବର ୮ ତାରିଖରେ ଲିଖିତ ଜବାବ ଦେଇଥିଲେ । କିନ୍ତୁ ଡିଏସ୍ କୁଟ୍ଟେ ଥରୁଟିଏ ବି ତାଙ୍କ ଉପରେ ଲଗାଯାଇଥିବା କୌଣସି ଅଭିଯୋଗର ଜବାବ ଦେଇ ନଥିଲେ। ଡିସେମ୍ବର ୬ ତାରିଖରେ କେନ୍ଦ୍ର ସରକାର ଆଶିଷଙ୍କୁ ଆଇଟିବିପି ଆଇଜି ଏବଂ କୁଟେଙ୍କୁ ବିଏସ୍ଏଫ୍ ଆଇଜି ଭାବେ ଡେପୁଟେନରେ ନେଇଥିଲେ। ତୁରନ୍ତ ସେମାନଙ୍କୁ ପଦମୁକ୍ତ କରିବାକୁ ରାଜ୍ଯ ସରକାରଙ୍କୁ ନିର୍ଦ୍ଦଶ ଦେଇଥିଲେ । ଏହାର ଅର୍ଥ ହେଲା କେନ୍ଦ୍ର ନିଷ୍ପତି ନେବା ପୂର୍ବରୁ ରାଜ୍ୟ ଭାଜପା ସରକାର ତାଙ୍କୁ କ୍ଳିନଚିଟ ଦେଲେ କେମିତି ? ଆଶିଷଙ୍କ କଥା ବୁଝାପଡ଼ିଯାଉଛି। ସେ ଥରେ ନୁହେଁ ୩ ଥର ପକ୍ଷ ରଖ୍ ଜବାବ ଦେଇଛନ୍ତି । ତା’ ହୁଏତ ସରକାରଙ୍କର ହୃଦବୋଧ ହୋଇଛି। କିନ୍ତୁ କୁଟ୍ଟେ କେମିତି ? ମୋହନ ସରକାର ଜଣେ ବିବାଦୀୟ ଆଇପିଏସ ଅଧିକାରୀ ଏବଂ ପାଣ୍ଡିଆନଙ୍କ ଡାହାଣ ହାତ କୁଟ୍ଟେଙ୍କ ପାଖରେ ଏମିତି ବିବଶ ଭାବେ ଆତ୍ମସମର୍ପଣ କଲେ କାହିଁକି ? ଏତେ ଅସହାୟ ଭାଜପା ? Post navigation ୨ ବର୍ଷରେ ହେବ ୭୫ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର !