ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର କରିଥିଲେ, ତାହାର ପ୍ରାୟଶ୍ଚିତ କରିବା ପାଇଁ ମୋହନ ସରକାର ଠିକଣା ନିଷ୍ପତି ନେଇଛନ୍ତି । ଏବେ ସମସ୍ତଙ୍କ ନଜର ଅଛି ନବୀନ ସରକାରଙ୍କ ଅମଳରେ ଘଟିଥିବା ଚିଟ୍‌ଫଣ୍ଡ ଦୁର୍ନୀତି ଉପରେ କି ପ୍ରକାର ନିଷ୍ପତି ନେବେ ମୋହନ ସରକାର ?

୧୦ ବର୍ଷ ହେଲା ସି ବି ଆଇ ତଦନ୍ତ ଚାଲିଛି । କିନ୍ତୁ ଫଳ ଘର ଶୂନି । ବାଳି ଆମାନେ ନିରାପଦରେ ବୁଲୁଛନ୍ତି । ୪/୫ ଜଣ କେରାଣ୍ଡି ଭଳି ନେତାଙ୍କୁ ଧରି ସିବିଆଇ ବାଃବାଃ ନେଇଥିଲା। ତଦନ୍ତ ଖିଅ ନବୀନ ନିବାସ ପାଖକୁ ଯିବାରୁ ସିବିଆଇର ସାହସ ହଜିଗଲା।

ମୋଦୀ ସରକାରଙ୍କ ଅଭୟ ଦାନ ଯୋଗୁ ବର୍ତି ଯାଇଥିଲେ ନବୀନ ସରକାର । ନବୀନ ସରକାରଙ୍କ ଭୟଙ୍କର ପାପର ପ୍ରାୟଶ୍ଚିତ ହେଉଛି ଲୁଟେରାମାନଙ୍କୁ ସାହାଯ୍ୟ କରିବା ବଡ଼ବଡ଼ ନେତା, ଆଇଏଏସ୍, ଆଇପିଏସ୍ ଅଫିସରଙ୍କ ଗିରଫଦାରି ।ପାରିବେ କି ମୋହନ ସରକାର ?

୨୦୧୯ ନିର୍ବାଚନ ପୂର୍ବରୁ ଭାଜପାର ତୁଙ୍ଗ ନେତାମାନେ ଚିଟ୍‌ଫଣ୍ଡ ଲୁଟେରା ରାଜନେତା ଓ ଅକାରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ | ଏବେ ତ ସରକାର ତାଙ୍କର । ଆଉ ବିଳମ୍ବ କାହିଁକି ? ଖୁବ୍‌ଶୀଘ୍ର ଏଦିଗରେ ଡବଲ ଇଞ୍ଜିନ ସରକାର ନିଷ୍ପଭି ନେଲେ ଲକ୍ଷଲକ୍ଷ ଓଡ଼ିଆ ଭାଇ-ଭଉଣୀମାନେ ଉଭୟ ମୋଦୀ ଏବଂ ମୋହନଙ୍କୁ ଆଶୀର୍ବାଦ କରନ୍ତେ ।

Leave a Reply

Your email address will not be published. Required fields are marked *